ମୁମ୍ଵାଇ ୧୦।୦୬; ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ମଧୁ ଶାହ। ତାଙ୍କୁ ଅବା କିଏ ନ ଜାଣେ । ନିଜର ସୁନ୍ଦର ଚେହେରା ପାଇଁ ଲକ୍ଷ ଲକ୍ଷ ସିନେପ୍ରେମୀଙ୍କ ହୃଦୟରେ ଆଜି ବି ରାଜ୍ କରନ୍ତି ମଧୁ। ତାଙ୍କ ଫିଲ୍ମି କ୍ୟାରିୟରରେ ମଧୁ ଅନେକ ସିନେମା କରିଥିଲେ । ହେଲେ ତାମିଲ ସିନେମା ‘ରୋଜା’ ଏବଂ ହିନ୍ଦୀ ସିନେମା ‘ଫୁଲ୍ ଅର୍ କାଣ୍ଟେ’ରେ ପାଇଁ ଅଧିକ ଚର୍ଚ୍ଚା ସାଉଁଟିଥିଲେ ।
ଅନେକ ଭାଷାର ସିନେମାରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ମଧୁ । କିନ୍ତୁ ସେ ତାଙ୍କ ଫିଲ୍ମ କ୍ୟାରିୟରରୁ ବ୍ରେକ୍ ନେଇ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ୨ ଝିଅ ଏବେ ଲାଇମ୍ ଲାଇଟ୍ରେ ଅଛନ୍ତି ।
୧୯୯୯ ମସିହାରେ ଅଭିନେତ୍ରୀ ମଧୁ ବ୍ୟବସାୟୀ ଆନନ୍ଦ ଶାହଙ୍କୁ ବିବାହ କରିଥିଲେ । ପରେ ତାଙ୍କର ୨ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଦୁହିଁଙ୍କ ନାମ ଅମେୟା ଏବଂ କେୟା, କିନ୍ତୁ ସାନଝିଅ କେୟା ସବୁବେଳେ ଗ୍ଲାମରସ୍ ଅନ୍ଦାଜ୍ରେ ନଜର ଆସନ୍ତି ।
ଅମେୟାଙ୍କ କଥା କହିବାକୁ ଗଲେ ସେ ସୋସିଆଲ୍ ମିଡିଆ ସେତେ ଆକ୍ଟିଭ୍ ନୁହଁନ୍ତି । କିନ୍ତୁ କେୟାଙ୍କ ଆକାଉଣ୍ଟ୍ ପବ୍ଲିକ୍ ରହିଛି। ଯେଉଁଥିରେ ଖୁବ୍ ଅଧିକ ଫଲୋଅର୍ସ ରହିଛନ୍ତି। ଏହାସହ ସେ ସୋସିଆଲ୍ ମିଡିଆରେ ମଧ୍ୟ ଆକ୍ଟିଭ୍ । ତାଙ୍କ ଇନଷ୍ଟାଗ୍ରାମରେ ଅନେକ ଗ୍ଲାମରସ୍ ଫଟୋ ଦେଖିବାକୁ ମିଳିଛି ।
ତେବେ ମଧୁଙ୍କ ଦୁଇ ଝିଅ ସିନେମା ଜଗତରୁ ଦୂରରେ ରହିଛନ୍ତି । ଏନେଇ ମଧୁ କହିଛନ୍ତି ଯେ ତାଙ୍କ ସାନଝିଅ କେୟା ନିଜ ବନ୍ଧୁଙ୍କ ସହ ମିଶି କପ୍ କେକ୍ ବ୍ୟବସାୟ କରୁଛନ୍ତି ।
ତେବେ କେୟା ମା’ଙ୍କ ସହ ଅନେକ ଥର ଇଭେଣ୍ଟରେ ନଜର ଆସିଛନ୍ତି । ଲୋକ କୁହନ୍ତି ଯେ ସେ ନିଜ ମା’ ମଧୁଙ୍କ ପରି ଅବିକଳ ଦେଖାଯାଆନ୍ତି। ୨୦୨୪ରେ ସେ ଗ୍ରାଜୁଏସନ୍ ପାଠପଢ଼ା ଶେଷ କରିଥିଲେ। ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଯାହାଖୁବ୍ ଭାଇରାଲ ହୋଇଥିଲା ।